Site icon ଆଜିକାଲି

ପ୍ରବଳ ବର୍ଷା ସମ୍ଭାବନା: ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କହିଲେ ଏସଆରସି

ଭୁବନେଶ୍ୱର : ରାଜ୍ୟରେ ଆଗକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ସମସ୍ତ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ।

୧୫ରୁ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଅନୁମାନ କରାଯାଇଛି । ଏଥିଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ସହରର ତଳିଆ ଅଞ୍ଚଳରେ ପାଣି ଜମିଲେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପମ୍ପ୍‌ ଲଗାଇ ବର୍ଷା ଜଳ ନିଷ୍କାସନ କରିବାକୁ କୁହାଯାଇଛି। ଜଳ ନିଷ୍କାସନ ଲାଗି ଡ୍ରେନ୍‌ ଗୁଡିକୁ ସଫା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Exit mobile version