Site icon ଆଜିକାଲି

ଆଜି କିଛି ଜିଲାରେ ବର୍ଷା ସମ୍ଭାବନା, ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ କିଛି ଜିଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଫଳରେ ଗତ ୬ ଦିନ ଧରି ପ୍ରଖର ଗ୍ରୀଷ୍ମ ପ୍ରବାହରୁ କିଛିଟା ଆଶ୍ୱସ୍ତି ମିଳିବ । ଏଣେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଦିନ ୧୧ଟା ସୁଦ୍ଧା ଏଠାରେ ତାପମାତ୍ରା ଥିଲା ୩୯ ଦଶମିକ ୬ ଡିଗ୍ରୀ ସେଲସିୟସ।

ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ଯଥା – ଝାରସୁଗୁଡାରେ ୩୯.୬ ଡିଗ୍ରୀ ସେଲସିୟସ ଥିବା ବେଳେ ବାଲେଶ୍ୱରରେ ୩୮ ଡିଗ୍ରୀ, ଭୁବନେଶ୍ୱରରେ ୩୮, ସମ୍ବଲପୁରରେ ୩୭ .୨, ଗୋପାଳପୁରରେ ୩୭, ଚାନ୍ଦବାଲିରେ ୩୬.୬, ପୁରୀରେ ୩୬.୨, କେନ୍ଦୁଝରରେ ୩୬.୨, ହୀରାକୁଦରେ ୩୫ .୬, ପାରାଦ୍ୱୀପରେ ୩୩ ରହିଛି ।

Exit mobile version