Site icon ଆଜିକାଲି

ଖାକିରେ ଲାଗିଲା ଦାଗ! ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନା ଅଧିକାରୀ ଓ ଏଏସଆଇ


ବାଲେଶ୍ୱର : ଖାକିରେ ଲାଗିଲା ଦାଗ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଦୁଇ ପୁଲିସ୍ ଅଧିକାରୀ । ବାଲେଶ୍ୱର ପୋଲିସ୍ ର ଦୁଇ ଅଧିକାରୀ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଦୁଇ ପୋଲିସ୍ ଅଧିକାରୀ ଚାନ୍ଦିପୁର ଥାନାର ଥାନା ଅଧିକାରୀ ଗଣେଶ୍ୱର ପ୍ରଧାନ ଓ ଏଏସଆଇ ପ୍ରଦୀପ କୁମାର ମହାନ୍ତି ଓରଫ ବଳି ମହାନ୍ତି ଙ୍କୁ ଭିଜିଲାନ୍ସ ଆଜି ଲାଞ୍ଚ ନେବାବେଳେ ଗିରଫ କରିଛି । ବଳରାମ ଗଡି ଅଞ୍ଚଳରେ ଥିବା ଏକ ବିଦେଶୀ ମଦ କାଉଣ୍ଟର କୁ ଏହି ଦୁଇ ଅଧିକାରୀ ବଟି ମାଗୁ ଥିଲେ । ଆଉ ଆଜି ଲାଞ୍ଚ ନେବା ବେଳେ ଦୁଇ ଅଧିକାରୀ ଙ୍କୁ ଧରିଛି ଭିଜିଲାନ୍ସ । ଦୁଇ ଅଧିକାରୀ ଲାଞ୍ଚ ପାଇଁ ୫୦ ହଜାର ଟଙ୍କା ପୂର୍ବରୁ ଦାବି କରିଥିବା ବେଳେ ଆଜି ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି । ଏନେଇ ଭିଜିଲାନ୍ସ ଅଫିସ୍ ମାମଲା (ନଂ.୧୮ ।୨୦୨୩) ଧାରା ୭ଆଇପିସି ଲଗାଯାଇ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଭିଜିଲାନ୍ସ ଉଭୟ ଅଧିକାରୀଙ୍କର ୩ଟି ସ୍ଥାନରେ ଚଢ଼ାଉ ଜାରି ରଖିଥିବାର ସୂଚନା ଦେଇଛନ୍ତି ବାଲେଶ୍ୱର ଭିଜିଲାନ୍ସ ଏସ୍ପି ନରହରି ନାୟକ ।

Exit mobile version