Site icon ଆଜିକାଲି

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଇବେ ଟି-ସାର୍ଟ ଓ ଜୋତା

ଭୁବନେଶ୍ବର : ଅଷ୍ଟମ ଶ୍ରେଣୀ ପରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍ ୟୁନଫର୍ମ । ସରକାରୀ ହାଇସ୍କୁଲ୍‌ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ପାଇବେ ୟୁନିଫର୍ମ । ଦୁଇ ହଳ ପୋଷାକ ସହ ଜୋତା ଓ ମୋଜା ବି ଯୋଗାଇ ଦିଆଯିବ । ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନାରେ ହାଇସ୍କଲ୍‌ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ।

ଉଭୟ ସରକାରୀ ଓ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଡ୍ରେସ ମିଳିବ। ୫୫୦ ଟଙ୍କାର ଯୋଡା ୟୁନିଫର୍ମ, ହଳେ ଜୋତା, ୨ଟି ମୋଜା ମିଳିବ । ଜୋତାର ମୂଲ୍ୟ ୨ ଶହ ଟଙ୍କା ରହିଥିବା ବେଳେ ମୋଜା ସହ ୧୨୫ ଟଙ୍କାର ଟି- ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଟ୍ରାକ ପ୍ୟାଣ୍ଟ ମିଳିବ । ଜଣେ ଛାତ୍ରଛାତ୍ରୀଙ୍କ ଡ୍ରେସ ପାଇଁ ମୋଟ ୧ ହଜାର ଟଙ୍କା ଖର୍ଚ୍ଚହେବ । ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ, ଓଏସଇପିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନକୁ ମଧ୍ୟ ଏ ନେଇ ଚିଠି ହୋଇଛି।

Exit mobile version