Site icon ଆଜିକାଲି

ପୁରୀରେ ଆଜି ବସିବ ଛତିଶା ନିଯୋଗ ବୈଠକ

ପୁରୀ : ପୁରୀରେ ଆଜି ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିବ । ଏଥିରେ ରୁକ୍ମିଣୀ ହରଣ ଏକାଦଶୀଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହେବ ।କୌଣସି ନୀତିରେ ଯେପରି ବିଳମ୍ବ ନହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ । ବୈଠକରେ ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଥିବାବେଳେ ସ୍ନାନ ପୂର୍ଣ୍ଣିମାରେ ଜଳଲାଗି ସହ ହାତୀ ବେଶ କିଭଳି ଶୃଙ୍ଖଳିତ କରାଯାଇପାରିବ, ସେନେଇ ମଧ୍ୟ ଆଲୋଚନା କରାଯିବ । ଏଥିସହ ଅନବସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା ସହିତ ଅନ୍ୟାନ୍ୟ ଦିଗକୁ ଦୃଷ୍ଟିରେ ରଖି ସମନ୍ବୟ ଭିତ୍ତିରେ କାର୍ଯ୍ୟ କରିବାକୁ ଆଲୋଚନା କରାଯିବ ।

Exit mobile version