Site icon ଆଜିକାଲି

ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ

ପୁରୀ : ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ। ଆସନ୍ତା ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ଦିନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ମୋକ୍ଷ ହେବ। ଚନ୍ଦ୍ରଗ୍ରହଣର ବିଧି ଅନୁସାରେ ୯ ଘଣ୍ଟା ପୂର୍ବରୁ ହେବ ପାକତ୍ୟାଗ। ଏଣୁ ବିଧି ଅନୁଯାୟୀ ସେହି ଦିନ ସୂର୍ଯ୍ୟୋଦୟରୁ ପାକତ୍ୟାଗ ହେବ।

ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପ୍ରକାଶିତ ପାକତ୍ୟାଗ ବିଧାନକୁ ନେଉ ଉଠିଛି ଦ୍ବନ୍ଦ ଏବଂ ବିବାଦ‌। ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ପ୍ରକାଶିତ ଚନ୍ଦ୍ରଗ୍ରହଣ ପାକତ୍ୟାଗ ସମୟ ୮ଟା ୨୯ ମିନିଟ ୧୪ ସେକେଣ୍ଡ ରହିଛି। ଏଣୁ ଏଭଳି ସୂଚନାକୁ ନେଇ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି ହୋଇଛି। ବିଭିନ୍ନ ଜ୍ୟୋତିର୍ବିଦ ଏବଂ ଗଣନାକାରୀଙ୍କ ପକ୍ଷରୁ ଏହି ତ୍ରୁଟିକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ପାକତ୍ୟାଗ ବିଧାନକୁ ଛତିଶା ନିଯୋଗ ବୈଠକରେ ପୁନର୍ବାର ନୀତି ଅନୁମୋଦନ କରାଯାଇ ସଂଶୋଧନ କରାଯିବ। ଏଥି ସହ ପଞ୍ଚୁକ ପ୍ରସ୍ତୁତି ପାଇଁ ମଧ୍ୟ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ। ସୂର୍ଯ୍ୟପରାଗ ଭଳି ଚନ୍ଦ୍ରଗ୍ରହଣ ନୀତି କିଭଳି ଶୃଙ୍ଖଳିତ ହେବ ସେନେଇ ସମସ୍ତ ନିଯୋଗ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଜିଲାପାଳ।‌

Exit mobile version