Site icon ଆଜିକାଲି

ଚେନ୍ନାଇ ସୁପର କିଙ୍ଗ୍ସକୁ ଜିତାଇଲେ କେନ୍ଦୁଝର ପୁଅ ଶୁଭ୍ରାଂଶୁ



କେନ୍ଦୁଝର, (ନିପ୍ର) ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ସୁନ୍ଦର ପ୍ରଦର୍ଶନ କରୁଛନ୍ତି କେନ୍ଦୁଝର ମାଟିର ପୁଅ ଶୁଭ୍ରାଂଶୁ ସେନାପତି । ଆଇପିଏଲ୍ ୨୦୨୩ ର ୫୫ ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟ ରେ ଏକ ରୋମାଂଚକର ଟି ୨୦ ମ୍ୟାଚ୍ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲସ୍ କୁ ୨୭ ରନ ରେ ପରାସ୍ତ କରିଛି। ଏହି ମ୍ୟାଚ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୩ ସପ୍ତମ ମ୍ୟାଚ୍ ଜିତି ଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କେନ୍ଦୁଝର ପୁଅ ଶୁଭ୍ରାଂଶୁ ସେନାପତି। ଦିଲ୍ଲୀ ଇନିଙ୍ଗ୍ସ୍ ର ୧୭ ତମ ଓଭର ରେ ଏକ ଆଶ୍ଚଯ୍ୟକର କ୍ୟାଚ୍ ଧରି ଚେନ୍ନାଇ ସୁପର କିଙ୍ଗ୍ସ କୁ ଜିତାଇ ଥିଲେ କେନ୍ଦୁଝର ପୁଅ ଶୁଭ୍ରାଶୁ ସେନାପତି।ଆଇପିଏଲ୍ ୨୦୨୩ ର ୫୫ ତମ ମ୍ୟାଚ୍ ରେ ଚେନାଇ ସୁପର କିଙ୍ଗ୍ସ ପ୍ରଥମ ଇନିଂସରେ ରେ ବ୍ୟାଟିଙ୍ଗ୍ କରିଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ଦଳ ର ଋତୁରାଜ ଗାୟକୱଡ ଙ୍କ ୧୮ ବଲ ରେ ୨୪ ରନ,ଶୁଭନ୍ ଦୁବେ ୧୨ ବଲ ରେ ୨୫ ରନ,ଅମ୍ବାତି ରାଇଡୁ ୧୭ ବଲ ରେ ୨୩ ରନ ଏବଂ ଅନ୍ତିମ ସମୟ ରେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କ ୨୦ ରନ ବଳ ରେ ସୀମିତ ୨୦ ଓଭର ରେ ୮ ଉଇକେଟ ହରାଇ ୧୬୮ ରନ କରିଥିଲା। ଏହା ପରେ ଦିଲ୍ଲୀ କ୍ୟାପିଟାଲସ୍ ଏହି ରନ କୁ ପିଛା କରିବାକୁ ମୈଦାନ୍ କୁ ଓହ୍ଲାଇଥିଲା। ଦିଲ୍ଲୀ ର ଅଧିନାୟକ ଡେଭିଡ଼ ୱାର୍ନର କୌଣସି ରନ ନ କରି ଆଉଟ ହୋଇ ଯାଇଥିଲେ।ଏହା ପରେ ଦିଲ୍ଲୀ କ୍ୟାପିଟାଲସ୍ ର କୌଣସି ବ୍ୟାଟସ୍ ମ୍ୟାନ ବଡ଼ ସ୍କୋର୍ କରି ପାରି ନଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ଏହି ମ୍ୟାଚ୍ କୁ ୨୭ ରନ ରେ ଜିତି ଆଇପିଏଲ୍ ୨୦୨୩ ର ସପ୍ତମ ମ୍ୟାଚ୍ ଜିତିଥିଲା।

Exit mobile version