Site icon ଆଜିକାଲି

ଭିଜିଲାନ୍ସ ଜାଲରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ

ଛତ୍ରପୁର : ଭିଜିଲାନ୍ସ ଜାଲରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ । ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ହେଉଛନ୍ତି ସୀତାରାମ ପାତ୍ର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୀତାରାମ ପାତ୍ରଙ୍କ ଘରେ ପଶିଛି ଭିଜିଲାନ୍ସ ।

ବାସଭବନ ସମେତ ଏକାକାଳୀନ ତିନୋଟି ସ୍ଥାନରେ ଚଢାଉ । ଛତ୍ରପୁର କାର୍ଯ୍ୟାଳୟ, ବ୍ରହ୍ମପୁର ରାମକୃଷ୍ଣନଗର ଓ ପୋଲସରା ବାସଭବନରେ ଚଢାଉ ଜାରି ରହିଛି । ତେବେ ଚଢାଉ ପରେ ଜଣାପଡିବ ଜବତ ସମ୍ପତ୍ତିର ଆକଳନ ।

Exit mobile version