Site icon ଆଜିକାଲି

ମେ ପହିଲାରୁ ବଢିବ ଛେନା, ପନିର ଓ ଖୁଆ ଦର

କଟକ – ମେ ପହିଲାରୁ ରାଜ୍ୟରେ ଛେନା,ପନିର ଓ ଖୁଆ ଦର ବଢିବ । ସମସ୍ତ ଦୁଗ୍ଧଜାତ ଦ୍ରବ୍ୟର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ସୂଚନା ଦେଇଛି।କ୍ଷୀର ମୂଲ୍ୟ ସହ ବଜାରରେ ଗୋ’ ଖାଦ୍ୟର ଦର ବୃଦ୍ଧି ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଛେନାର ଦର କିଲୋ ୧୭୫ ଟଙ୍କା ଥିବାବେଳେ ଏହା ଆସନ୍ତା ମାସଠାରୁ ୨୦ ଟଙ୍କା ବଢ଼ି ୧୯୫ ଟଙ୍କା ହେବ । ପନିର ଦର ୨୨୫ରୁ ବଢ଼ି ୨୫୫ ଟଙ୍କା, କଞ୍ଚା ଖୁଆ ୨୬୦ରୁ ୩୨୦ ଟଙ୍କା ହେବ । କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ସହ ବିଭିନ୍ନ ସ୍ଥାନରେ ଛେନା ଦର ବଢ଼ିବ ।

Exit mobile version