Site icon ଆଜିକାଲି

ବଙ୍ଗୋମୁଣ୍ଡାରେ ଜନସଭାକୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ : ‘କହିଲେ ମିଛ କଥା କହି ବିରୋଧୀ କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା ‘

କଣ୍ଟାବାଞ୍ଜି – ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର। ଏଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ବିରୋଧୀ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପୁଣି ଦୋହରାଇଛନ୍ତି ।

ସଭାରେ ଭାଷଣ ଆରମ୍ଭ କରି ରାଜ୍ୟ ସକାରଙ୍କ ବିଭିନ୍ନ ଯୋଜନାର ନାଁ ନେଇଥିଲେ ମୁଖ୍ୟମନ୍ତ୍ରୀ । ଏସବୁ ଯୋଜନା ଭଲ କି ବୋଲି ମୁଖ୍ୟମନ୍ତ୍ରୀ ଜନତାଙ୍କୁ ପଚାରିଥିଲେ । ଉତ୍ତରରେ ସଭା ସ୍ଥଳ ପ୍ରକମ୍ପିତ ହୋଇଥିଲା । ଏହାପରେ ନବୀନ ପଟ୍ଟନାୟକ ଭଲ କି ଓ ବିଜେଡି ଭଲ କି ବୋଲି ନବୀନ ପଚାରିଥିଲେ ।
ଭାଷଣରେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ନେତା ମିଛ କହୁଥିବା କହିଛନ୍ତି ନବୀନ । ସେମାନେ ଜନତାଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି କଥା ମନେ ପକାଇ ଦେଇଥିଲେ ନବୀନ । ଲୋକଙ୍କୁ ମାଗଣାରେ ବିଜୁଳି ମିଳିବା ନେଇ ଖୁସି ତ ବୋଲି ଜନତାଙ୍କୁ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ଜୁଲାଇ ମାସରୁ ବିଜୁଳି ବିଲ୍ ମାଫ୍ ବୋଲି କହିଥିଲେ ନବୀନ ।

Exit mobile version