Site icon ଆଜିକାଲି

ହକି ତାରକା ଅମିତ ରୋହିଦାସ ଓ ନିଲମ ସଞ୍ଜୀବ ଖେସଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ହକି ପୁରୁଷ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ନିଲମ ସଂଜୀପ ଖେସଙ୍କ ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅମିତ ରୋହିଦାସ ଭାରତୀୟ ଦଳର ଉପ ଅଧିନାୟକ ଅଛନ୍ତି ।

ଅମିତ ରୋହିଦାସ ମୋଟ୍ ୧୨୭ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୧୮ଟି ଗୋଲ୍ ସ୍କୋର କରିଛନ୍ତିି। ସେ ଦଳର ଜଣେ ଭରସାଯୋଗ୍ୟ ଡିଫେଣ୍ଡର । ସେହିପରି ନିଲମ ସଂଜୀପ ଖେସ ୩୦ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫ଟି ଗୋଲ୍ ସ୍କୋର କରିଛନ୍ତି। ସୁନ୍ଦରଗଡ଼ର ଏହି ଦୁଇ ଖେଳାଳି ଭାରତୀୟ ଦଳ ପକ୍ଷରୁ ଆଜି ପଡିଆକୁ ଓହ୍ଲାଇବା ଓଡ଼ିଶା ପାଇଁ ଗର୍ବର ବିଷୟ।

Exit mobile version