Site icon ଆଜିକାଲି

ଉତ୍କଳ ଦିବସରେ ଭେଟି : ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର – ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ନବୀନ ସରକାରଙ୍କ ବଡ଼ ଉପହାର। ମେଟ୍ରୋ ଟ୍ରେନ୍‌ ଚଳାଚଳ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍‌, ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ରାଜ୍ୟ ସରକାର ଏହି ବଡ ପଦକ୍ଷେପ ନେଇଛନ୍ତି।

ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପୂର୍ବରୁ ଆଜି ଭୋରରେ ପ୍ରାରମ୍ଭିକ ସମୀକ୍ଷା କରିଥିଲେ ସଚିବ ସ୍ତରୀୟ କମିଟି । କେଉଁ ରୁଟ୍ ଦେଇ ଗଡ଼ିବ ମେଟ୍ରୋ ଟ୍ରେନ୍, ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଫିଲ୍ଡ ଭିଜିଟ୍ ସହ ସମୀକ୍ଷା କରାଯାଇଥିଲା ।

ଏହି ସମୀକ୍ଷାରେ ୫-ଟି ସଚିବ, ପରିବହନ ସଚିବ, ଆଇଟି ସଚିବ ପ୍ରମୁଖ ସାମିଲ ଥିଲେ। ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ରୁଟ୍‌ର ପ୍ରାରମ୍ଭିକ ସମୀକ୍ଷା ହୋଇଛି । ବିମାନ ବନ୍ଦର, ରେଳ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୂଳିଆ ଦେଇ ମେଟ୍ରୋ ଚଳାଇବାକୁ ଯୋଜନା ରହିଛି ।

Exit mobile version