Site icon ଆଜିକାଲି

ବିଶ୍ୱ ମହିଳା ବକ୍ସିଂରେ ଭାରତର ୪ ସୁନାଝିଅଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତର ୪ଟି ସ୍ୱର୍ଣ୍ଣ ପଦକ ଜିତିଛି । ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବମଣ୍ଡିତ କରିଥିବା ନିଖତ ଜରିନ, ନିତୁ ଘନଘାସ୍ , ଲଭଲିନା ବୋରଗୋହାଇ ଓ ସ୍ୱାତୀ ବୁରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନେ ଆଗକୁ ମଧ୍ୟ ଭଲ ପ୍ରଦର୍ଶନ କରି ଦେଶ ପାଇଁ ସମ୍ମାନ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Exit mobile version