Site icon ଆଜିକାଲି

ହିରୋ ସୁପରକପରେ ଓଡିଶା ଫୁଟବଲ କ୍ଲବ ଚାମ୍ପିଅନ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ଫୁଟବଲ କ୍ଳବ୍ ହିରୋ ସୁପରକପରେ ଚାମ୍ପିଅନ ହୋଇଛି । ଫାଇନାଲରେ ଓଡିଶା ଏଫସି ଶକ୍ତିଶାଳୀ ବେଙ୍ଗାଳୁରୁ ଫୁଟବଲ କ୍ଳବକୁ ୨-୧ ଗୋଲରେ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଓଡ଼ିଶା ଏଫସି କୌଣସି ଜାତୀୟ ଟାଇଟଲ ହାସଲ କରିଛି । ୨୦୨୨-୨୩ ଆଇଏସଏଲ ସିଜନରେ ଓଡିଶା ଏଫସି ସନ୍ତୋଷଜନକ ପ୍ରଦର୍ଶନ କରି ଷଷ୍ଠ ସ୍ଥାନରେ ରହିଥିଲା । ସୁପରକପରେ ଚାମ୍ପିଅନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଏଫସିକୁ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ ମଧ୍ୟ ଦଳ ବିଜୟ ଧାରା ଜାରି ରଖିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version