Site icon ଆଜିକାଲି

ଜାତୀୟ କୃଷି ପ୍ରଦର୍ଶନୀରେ ଓଡ଼ିଶାର ମତ୍ସ୍ୟ ବିଭାଗ ଷ୍ଟଲ ଦ୍ୱିତୀୟ ଶ୍ରେଷ୍ଠ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ଏ କ୍ଷେତ୍ରରେ ଏକାଧିକ ପଦକ୍ଷେପ ନେଇଛି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ। ନିକଟରେ କେରଳର କୋଚିରେ ଅନୁଷ୍ଠିତ କୃଷି ବିଜ୍ଞାନ କଂଗ୍ରେସ ଓ ପ୍ରଦର୍ଶନୀରେ ଓଡ଼ିଶାର ମତ୍ସ୍ୟ ବିଭାଗ ଷ୍ଟଲ ଦ୍ୱିତୀୟ ସ୍ଥାନ ହାସଲ କରିଛି । ରାଜ୍ୟରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ନିଆଯାଇଥିବା ପ୍ରମୁଖ ପଦକ୍ଷେପ ସଂପର୍କିତ ସୂଚନା ଷ୍ଟଲରେ ସ୍ଥାନ ପାଇଥିଲା । ୧୦୪ଟି ଷ୍ଟଲ୍ ମଧ୍ୟରୁ ଓଡ଼ିଶାର ଷ୍ଟଲ୍ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି।

Exit mobile version