Site icon ଆଜିକାଲି

ୟୁନେସ୍କୋ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର ପାଇଁ ମନୋନୀତ ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ୟୁନେସ୍କୋ ପକ୍ଷରୁ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର-୨୦୨୩ ପାଇବାକୁ ମନୋନୀତ ହୋଇଛନ୍ତି ନୂଆପଡ଼ା ଜିଲ୍ଲାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର । ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ମହେନ୍ଦ୍ର ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଷା ଶିକ୍ଷା ସହ ଆଦିବାସୀ ଲୋକ ସାହିତ୍ୟ ଓ ସଂସ୍କୃତି ଗବେଷଣାରେ ମହେନ୍ଦ୍ରଙ୍କ କୃତିତ୍ୱ ଓଡ଼ିଶା ପାଇଁ ଗୌରବର ବିଷୟ। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version