Site icon ଆଜିକାଲି

ବ୍ରହ୍ମପୁର କନିଷିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

ବ୍ରହ୍ମପୁର – ବ୍ରହ୍ମପୁର କନି‌ଷିରେ ନିର୍ବାଚନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନିଷିରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଆଶୀର୍ବାଦ ଲୋଡିଛନ୍ତି ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ଭଲ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି।

ସଭାରେ ଉପସ୍ଥିତ ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଭଲ କି ନାହିଁ ବୋଲି ପ୍ରଶ୍ନ କରିଥିଲେ ନବୀନ । ନବୀନ ପଟ୍ଟନାୟକ ଭଲ କି, ଶଙ୍ଖ ଚିହ୍ନ ଭଲ କି ବୋଲି ମଧ୍ୟ ପ୍ରଶ୍ନ ପଚାରିଥିଲେ ମୁଖ୍ୟମନ୍ତ୍ରୀ ଶେଷରେ ବିଜେଡି ସୁପ୍ରିମୋ ଲୋକଙ୍କ ଆର୍ଶୀବାଦ ଭିକ୍ଷା କରିବା ସହିତ ନିର୍ବାଚନରେ ଶଙ୍ଖ ଚିହ୍ନକୁ ଆର୍ଶୀବାଦ ଦେବା ପାଇଁ ଅନୁରୋଧ କରିଥିଲେ ।

କନିଷି ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ,ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର , ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version