Site icon ଆଜିକାଲି

ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପରିସରରେ ଆଜି ଉଦଘାଟିତ ହୋଇଛି ଦେଶର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରକୁ ଉଦଘାଟନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଇଣ୍ଡୋର ଆକ୍ୱ।ଟିକସ ସେଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି ଓ ଇଣ୍ଡୋର ଡାଇଭିଂ ସେଣ୍ଟର ପାଇଁ ଶିଳାନ୍ୟାସ କରିଛନ୍ତି।

ଉଦଘାଟିତ ହୋଇଥିବା ଦେଶର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରରେ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ରହିଛି। ଏହି ସେଣ୍ଟରରେ ରହିଛି ୧୦ ହଜାର ସ୍କୋୟାର ମିଟର ଟ୍ରାକ୍ , ୨୦୦ ମିଟର ସିନ୍ଥେଟିକ ଟ୍ରାକ୍, ଗୋଟିଏ ୮୦ + ୨୦ ମିଟର ରନିଂ ଟ୍ରାକ୍ । ଏଥିସହ ଲଙ୍ଗଜମ୍ପ, ଟ୍ରିପଲ ଜମ୍ପ, ପୋଲ ଭଲ୍ଟ ଓ ସଟପୁଟ୍ ଇଭେଣ୍ଟ ପାଇଁ ବି ଅଲଗା ଅଲଗା ସ୍ଥାନ ରହିଛି। ଏହି ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରକୁ ୨୦୨୩ରେ କ୍ଯାଟୋଗୋରୀ -୧ ସାର୍ଟିଫିକେଟ ପ୍ରଦାନ କରିଛି ବିଶ୍ୱ ଆଥଲେଟିକ୍ସ ମହାସଂଘ। ନବନିର୍ମିତ ଇଣ୍ଡୋର ଆକ୍ୱ।ଟିକ୍ ସେଣ୍ଟରରେ ମଧ୍ୟ ଆନ୍ତର୍ଜାତିକ ମାନର ଭିତ୍ତିଭୂମି ରହିଛି। ତାପମାତ୍ରା ନିୟନ୍ତ୍ରିତ ୫୦ ମିଟର ଅଲିମ୍ପିକ ସାଇଜ୍ ସୁଇମିଂ ପୁଲ୍ ଓ ୨୫ ମିଟର ୱାର୍ମଅପ୍ ପୁଲ୍ ରହିଛି। ଏଠାରେ ୧ ହଜାର ଦର୍ଶକ ବସିବାର କ୍ଷମତା ରହିଛି। ଏଠାରେ ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ ହୋଇପାରିବ । ଇଣ୍ଡୋର ଡାଇଭିଂ ସେଣ୍ଟର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ତାପମାତ୍ରା ନିୟନ୍ତ୍ରିତ ୨୫ ମିଟର ବିଶିଷ୍ଟ ଡାଇଭିଂ ପୁଲ୍, ସିଙ୍କ୍ରୋନାଇଜ୍ଡ ସୁଇମିଂ ପାଇଁ ଅତିରିକ୍ତ ୫ ମିଟର ପୁଲ୍ ରହିବ ।

ନୂଆ ଇଣ୍ଡୋର କ୍ରୀଡା ବ୍ୟବସ୍ଥା ଆମର ଆଥଲେଟମାନଙ୍କୁ ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି। କ୍ରୀଡା ଉତ୍କର୍ଷତାରେ ଏସବୁ ଭିତ୍ତିଭୂମି କାମରେ ଲାଗିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉଦଘାଟନ ଓ ଶିଳାନ୍ୟାସ ଅବସରରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସେ କ୍ରୀଡାବିତ ମାନଙ୍କ ସହ ବିଚାର ବିନିମୟ କରିଥିଲେ।

Exit mobile version