Site icon ଆଜିକାଲି

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏକାମ୍ର ଐତିହ୍ୟ ପ୍ରକଳ୍ପର ଭୂମିପୂଜନ ଉତ୍ସବରେ ଆଜି ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଲିଙ୍ଗରାଜ ମନ୍ଦିର ପରିସରରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିଳାନ୍ୟାସ ପରେ ଯଜ୍ଞ ପୂର୍ଣ୍ଣାହୁତିରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରକଳ୍ପ ପାଇଁ ଜମିଦାତା ସେବାୟତ ଓ ଅନ୍ୟ ପରିବାର ବର୍ଗକୁ ସମ୍ବର୍ଦ୍ଧିତ କରିଛନ୍ତି। ବେଦମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ର କ୍ଷେତ୍ର।

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ଯଜ୍ଞସ୍ଥଳୀରେ ପହଞ୍ଚି ପ୍ରଥମ ଶିଳା ସ୍ଥାନକୁ ନିରୀକ୍ଷଣ କରି ଯଜ୍ଞ ସ୍ଥଳୀ ଯାଇଥିଲେ । ସେଠାରେ ସମସ୍ତ ବ୍ୟବସ୍ଥାକୁ ତଦାରଖ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ନେଇ ଉପଦେଷ୍ଟା କମିଟି ଅଧ୍ୟକ୍ଷଙ୍କ ସହ ଟିକନିକ ଆଲୋଚନା କରିଥିଲେ ୫ଟି ସଚିବ । ସବୁ ବ୍ୟବସ୍ଥାର ଯାଞ୍ଚ କରିଥିଲେ ୫ଟି ସଚିବ । ଯଜ୍ଞସ୍ଥଳୀରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ୫ଟି ସଚିବ ହାତ ଯୋଡ଼ି ମହାପ୍ରଭୁଙ୍କ ଆଶିଷ କାମନା କରିଥିଲେ । ପୂଜକମାନେ ଶ୍ଳୋକ ପାଠ କରି ମନ୍ତ୍ରମୁଗ୍ଧ ପରିବେଶ ସୃଷ୍ଟି କରିଥିଲେ, ଯଜ୍ଞ ସ୍ଥଳୀରେ ଉପସ୍ଥିତ ଯଜ୍ଞ ଆଚାର୍ଯ୍ୟଙ୍କ ଭଲମନ୍ଦ ପଚାରି ବୁଝିବା ପରେ ଯଜ୍ଞ କୁଣ୍ଡ ପାଖରେ ପ୍ରାର୍ଥନା କରି ହୋମକୁଣ୍ଡରେ ଘିଅ ଅର୍ପଣ ଥିଲେ ୫ଟି ସଚିବ । ଅନ୍ୟମାନଙ୍କ ସହ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ଭୁବନେଶ୍ବର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

FacebookTwitterLinkedinWhatsapp
Exit mobile version