Site icon ଆଜିକାଲି

‘ସୁଭଦ୍ରା’ ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ହିତାଧିକାରୀଙ୍କୁ କରିବା ସଚେତନ

ଶେଷ ହିତାଧିକାରୀ ଯାଏ ଚାଲିବ ପଞ୍ଜୀକରଣ : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡ଼ିବ ସୁଭଦ୍ରା ରଥ। ଶନିବାର ଗଣେଶ ପୂଜା ଅବସରରେ ଭୁବନେଶ୍ଵର ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଭଦ୍ରା ରଥ ଗାଁଠୁ ସହର ଚାରିଆଡେ ବୁଲି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଉପଯୁକ୍ତ ତଥ୍ୟ ପ୍ରଦାନ କରିବ। ହିତାଧିକାରୀମାନେ ଯେପରି ଭ୍ରମିତ ନ ହେବେ ସେଥିଲାଗି ସରକାର ଏହି ବ୍ୟବସ୍ଥା କରିଛନ୍ତି।

ଅନ୍ୟପଟେ ସୁଭଦ୍ରା ଯୋଜନାର ପଞ୍ଜୀକରଣ ଲାଗି କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଶେଷ ହିତାଧିକାରୀ ପର୍ଯ୍ୟନ୍ତ ଏହି ଯୋଜନାରେ ପଞ୍ଜୀକରଣ ଜାରି ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ପରିଡ଼ା ରାଜ୍ୟବାସୀଙ୍କୁ ଏହି ସୂଚନା ଦେଇଛନ୍ତି। ପରିଡ଼ା ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଧୈର୍ଯ୍ୟ ରଖନ୍ତୁ, ଶୀଘ୍ର ସୁଭଦ୍ରା ସମସ୍ତଙ୍କ ନିକଟରେ ପହଞ୍ଚିବ। ଏହାର ସମୟସୀମା ନାହିଁ। ଲମ୍ବାଧାଡ଼ିରେ ରହିବାରୁ ନିବୃତ୍ତ ରୁହନ୍ତୁ।

Exit mobile version