Site icon ଆଜିକାଲି

ଆସନ୍ତାକାଲି ଭୁବନେଶ୍ଵର ଆସିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୃତକଙ୍କ ପରିବାରକୁ ଦେବେ ସହାୟତା ରାଶି

ଭୁବନେଶ୍ଵର: ବାଲେଶ୍ଵରର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଉକ୍ତ ରୁଟ୍‌ରେ ଟ୍ରେନ ଚଳାଚଳ ସ୍ଵାଭାବିକ ଅବସ୍ଥାକୁ ଫେରୁଛି। ବର୍ତ୍ତମାନ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଏହି ଭୟାବହ ଘଟଣାର ତଦନ୍ତ ମଧ୍ୟ ଚାଲିଛି। ଏହି କ୍ରମରେ ମଙ୍ଗଳବାର ପୁଣି ଥରେ ଓଡିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଭୁବନେଶ୍ଵର ଏବଂ କଟକ ଗସ୍ତ କରି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିବା ସହ ଅନୁକମ୍ପା ରାଶି ଏବଂ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏଥିସହ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିବେ।

ମମତା କହିଛନ୍ତି କଟକରେ ପଶ୍ଚିମବଙ୍ଗର ୫୩ ଆହତଙ୍କ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ତଦାରଖ କରିବାକୁ କାଲି କଟକ ଯିବି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଚାକିରି ମିଳିବ। ପରିବାରର ଜଣେ ସଦସ୍ୟଙ୍କୁ ସ୍ପେଶାଲ ହୋମାଗାର୍ଡ ଚାକିରି ଏବଂ ୫ ଲକ୍ଷ ଟଙ୍କା ଦିଆଯିବ। ସମ୍ପୂର୍ଣ୍ଣ ଅକ୍ଷମ ହେଲେ ପରିବାରର ଜଣକୁ ହୋମଗାର୍ଡ ଚାକିରି ମିଳିବ। ଆହତଙ୍କୁ ୨ ଲକ୍ଷ, ସାମାନ୍ୟ ଆହତଙ୍କୁ ୫୦ ହଜାର ଏବଂ ୨୫ ହଜାର ଟଙ୍କା ମିଳିବ। ଆହତ ହୋଇନଥିଲେ ବି ମାନସିକ ଆଘାତ ପାଇଥିବା ଲୋକଙ୍କୁ ୧୦ ହଜାର ଟଙ୍କା ଏବଂ ସମସ୍ତ ମୃତାହତଙ୍କ ପରିବାରକୁ ମାଗଣାରେ ରାସନ ଦିଆଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version