Site icon ଆଜିକାଲି

ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି ହେଉଛି ସ୍ୱାଧୀନତା ସଂଗ୍ରାମୀ ଭାରତରତ୍ନ ତଥା ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀ। ତାଙ୍କ ଜନ୍ମଦିନକୁ ଜାତୀୟ ଶିକ୍ଷା ଦିବସ ଭାବେ ବି ପାଳନ କରାଯାଏ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ର ନିର୍ମାଣ ଓ ଏକ ଦୃଢ଼ ଶିକ୍ଷା ବ୍ୟବସ୍ଥାର ମୂଳଦୂଆ ପକାଇବା କ୍ଷେତ୍ରରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version