Site icon ଆଜିକାଲି

ମଦର ଟେରେସାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି ହେଉଛି ଭାରତରତ୍ନ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଦର ଟେରେସାଙ୍କ ଜୟନ୍ତୀ। ଏହି ଅବସରରେ ସେବା ଓ ଶାନ୍ତିର ପ୍ରତୀକ ମଦର ଟେରେସାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାନବଜୀବନ ପ୍ରତି ସେବା ଓ ଅନୁକମ୍ପାର ସେ ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଗରିବ, ଅନାଥ, ରୁଗଣ, ନିରାଶ୍ରୟ ଓ ଅସହାୟଙ୍କ ସେବାଲାଗି ମଦର ଟେରେସାଙ୍କ ଜୀବନବ୍ୟାପୀ ନିଷ୍ଠା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version