Site icon ଆଜିକାଲି

କାରଗିଲ ବିଜୟ ଦିବସରେ ସହିଦ ବୀର ଯବାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି ସାରାଦେଶ ପାଳନ କରୁଛି କାରଗିଲ ବିଜୟ ଦିବସ । ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ କାରଗିଲ ଯୁଦ୍ଧରେ ପ୍ରାଣବଳି ଦେଇଥିବା ଆମର ବୀର ଯବାନଙ୍କୁ ସ୍ମରଣ କରୁଛି କୃତଜ୍ଞ ଦେଶ। କାରଗିଲ ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆତ୍ମ ଉତ୍ସର୍ଗ କରିଥିବା ବୀର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମାତୃଭୂମିର ପ୍ରତିଟି ଇଞ୍ଚର ରକ୍ଷା ପାଇଁ ଅପୂର୍ବ ସାହସିକତା, ପ୍ରତିବଦ୍ଧତା ଓ ନେତୃତ୍ୱ ପ୍ରଦର୍ଶନ କରିଥିବା ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version