Site icon ଆଜିକାଲି

ବିଏମସି ସ୍ୱଚ୍ଛ ସାଥୀ ପୂଜା ସିଂଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମରେ ସ୍ୱଚ୍ଛ ସାଥୀ ଭାବେ କାର୍ଯ୍ୟ କରୁଥିବା ପୂଜା ସିଂ ଅଳିଆ ଗଦାରୁ ପାଇଥିବା ସୁନା ଚେନ୍ ଫେରାଇ ସଚ୍ଚୋଟତାର ପରିଚୟ ଦେଇଛନ୍ତି । ଏଥିପାଇଁ ତାକୁ ଚାରିଆଡୁ ପ୍ରଶଂସା ମିଳିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂଜାଙ୍କୁ ପ୍ରଶଂସା କରିଛନ୍ତି।

ଏପରି କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ତାଙ୍କର ଏପରି ସହୃଦୟ ଓ ନିଃସ୍ୱାର୍ଥପର କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରାଯାଇଛି ।

Exit mobile version