Site icon ଆଜିକାଲି

ସପ୍ତାହେବ୍ୟାପୀ ଜାପାନ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠୁ ୭ ଦିନିଆ ଜାପାନ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଜାପାନରେ ୯ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ରହିବେ। ଏହି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଟୋକିଓ, କ୍ବୋଟୋ, ଓସାକା ଆଦି ସହରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ୫-ଟି ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା, ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଆଇଟି ସଚିବ ଓ ଇପିକଲ ଏମଡି ଏହି ଗସ୍ତରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାଳରେ ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ। ଓଡ଼ିଶାରେ ବିଶେଷକରି ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲସ, ଟେକ୍ସଟାଇଲ, କେମିକାଲସ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନାର ଫାଇଦା ନେବାକୁ ଆହ୍ୱାନ କରିବେ ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ‘ଜାପାନ’ କଣ୍ଟ୍ରି ପାଟର୍ନର ଭାବେ ସାମିଲ ହୋଇଥିଲା ।

Exit mobile version