Site icon ଆଜିକାଲି

୩୮୦ ଜଣଙ୍କୁ ଆଜି ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଏଏସ୍, ଓଏଫଏସ, ଓଟାସ, ଓପିଏସ୍ ବର୍ଗର ପ୍ରାୟ ୩୮୦ ଜଣଙ୍କୁ ଆଜି ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ସନ୍ଧ୍ୟା ସାଢ଼େ ୫ଟାରେ ଲୋକସେବା ଭବନର ସମ୍ମେଳନ କକ୍ଷରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ନିଯୁକ୍ତିପତ୍ର ବାଣ୍ଟିବା ସହିତ ନୂତନ ପ୍ରଶାସନିକ ଅଧିକାରୀଙ୍କୁ ଓଡ଼ିଶା ନିର୍ମାଣରେ ସାମିଲ ହେବାକୁ ବାର୍ତ୍ତା ଦେବେ। ନୂତନ ନିଯୁକ୍ତି ପାଇବାକୁ ଥିବା ଯୋଗ୍ୟ ବର୍ଗଙ୍କ ମଧ୍ୟରେ ୧୭୦ ଓଏଏସ୍ ଏବଂ ୧୦୧ ଓଏଫଏସ ରହିଛନ୍ତି।

ସୂଚନା ଯେ, ୨୦୨୨ରେ ବିଭିନ୍ନ ବର୍ଗର ୯୨୯ ଡାକ୍ତରଙ୍କ ସହିତ ସାଢ଼େ ୭ ହଜାର ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା । ଏହାସହିତ ସମବାୟ ବିଭାଗ, ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଭଳି ବିଭିନ୍ନ ବିଭାଗରେ ଶତାଧିକ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ ବିଭିନ୍ନ ବିଭାଗରେ ଖାଲିଥିବା ପଦକୁ ତ୍ବରିତ ଭିତ୍ତିରେ ପୂରଣ କରାଯିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Exit mobile version