Site icon ଆଜିକାଲି

ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ, ସୁନ୍ଦରଗଡ଼ ଜିଲାରେ ୯୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ଭୁବନେଶ୍ୱର : ଆଜି ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟା ୨୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପରେ ୫ଟା ୩୦ ମିନିଟରେ ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମର ଉଦଘାଟନ କରିବେ। ସୁନ୍ଦରଗଡ଼ ଜିଲା ପାଇଁ ୯୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ସନ୍ଧ୍ୟା ୫ଟା ୫୦ ମିନିଟରେ ୱାର୍ଲଡ କପ୍‌ ଭିଲେଜ ଯିବେ ମୁଖ୍ୟମନ୍ତ୍ରୀ । ୬ଟା ୫୫ ମିନିଟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚି ଏଫଆଇଏଚ ପ୍ରୋ ଲିଗ୍ ହକି ଉଦଘାଟନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଦର୍ଶକ ବସିବା କ୍ଷମତା ଦୃଷ୍ଟିରୁ ବିଶ୍ୱର ବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ ସାର୍ଟିଫିକେଟ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ।

Exit mobile version