Site icon ଆଜିକାଲି

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ କୋଭିଡ ସମୀକ୍ଷା ବୈଠକ

ଭୁବନେଶ୍ୱର : କୋଭିଡର ନୂଆ ଭାରିଆଣ୍ଟ ଚିନ୍ତା ବଢାଇଥିବା ବେଳେ ରାଜ୍ୟ ସରକାର ଏହାର ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତିନି ଦିନ ତଳେ ବୈଠକରେ କୋରୋନା ମୁକାବିଲା ପ୍ରସ୍ତୁତି ବୈଠକ ହୋଇ ନୂଆ ଗାଡଲାଇନ ଜାରି କରାଯାଇଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି କୋଭିଡ ସମୀକ୍ଷା ବୈଠକ କରିବେ ।

ମଙ୍ଗଳବାର ଅପରାହ୍ନ ୪ଟା ୩୦ରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମୀକ୍ଷା ବୈଠକରେ ଆଗାମୀ ଦିନ ପାଇଁ କୋଭିଡ୍ ମୁକାବିଲା ରଣନୀତି ପ୍ରସ୍ତୁତ ହେବ ।

Exit mobile version