Site icon ଆଜିକାଲି

ଆଜି କୃଷି ଓଡ଼ିଶା -୨୦୨୪ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘କୃଷି ଓଡ଼ିଶା-୨୦୨୪’ । ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହି ସମାବେଶରେ ସାମିଲ ହେବେ ୫ ହଜାର ମହିଳା ଚାଷୀ, ୨ ହଜାର ଏସଏଚଜି ମହିଳା ଓ କୃଷି ଉଦ୍ୟୋଗୀ । ଚଳିତବର୍ଷ ‘କୃଷି ଓଡ଼ିଶା’ ର ବିଷୟ ବସ୍ତୁ ରହିଛି ‘କୃଷି ପ୍ରଗତିରେ ମହିଳା’ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ବର ଜନତା ମଇଦାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଠାରେ ସଫଳ ମହିଳା କୃଷକ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ । କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଆଇସିଏଆର ପ୍ରତିଷ୍ଠାନ, ସିଜିଆଇଏଆର ପ୍ରତିଷ୍ଠାନ, ବେସରକାରୀ ସଙ୍ଗଠନ ସାମିଲ ହେବେ ।

Exit mobile version