Site icon ଆଜିକାଲି

ଆଜି ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ଶିବିରକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୁରୀ : ଆଜିଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ରାଜ୍ୟ ସରକାରଙ୍କ ଯୋଜନାରେ ପୁରୀର ୫ଟି ସ୍ଥାନରେ ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବେ ୩ ହଜାର ହବିଷ୍ୟାଳୀ । ଏହି ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ବୃନ୍ଦାବତୀ ନିବାସ ଓ ହବିଷ୍ୟାଳୀ ଯୋଜନାର ଶୁଭାରମ୍ଭ କରିବେ। ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲାର ୧୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲାର ୭୩୦ ଜଣ, ମୋଚିସାହି କଲ୍ୟାଣ ମଣ୍ଡପରେ ଅବଶିଷ୍ଟ ଜିଲାର ୬୦୧ ଜଣ ହବିଷ୍ୟାଳୀମାନଙ୍କର ରହଣିର ବ୍ୟବସ୍ଥା ହୋଇଛି।

Exit mobile version