Site icon ଆଜିକାଲି

ଆଜି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ନୂଆ ସୁବିଧାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ : ଓଡ଼ିଶାରେ ଏଣିକି ମାଗଣାରେ ହେବ କର୍କଟ ରୋଗର ବ୍ୟୟବହୁଳ ଟେଷ୍ଟିଂ । ବିନା ଦେୟରେ ରୋଗୀ କରିବେ ପେଟ୍ ସିଟି ସ୍କାନ, ଏମଆରଆଇ ସିଟି ସ୍କାନ । ଆଜିଠୁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ ।

ଏହା ସହ ୨ଶହ ନୂଆ ବେଡ୍ ଓ ୩୦ ବେଡ୍ ବିଶିଷ୍ଟ ଆଇସିୟୁ ଓ୍ବାର୍ଡର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ନୂଆ ପେଟ୍ ସ୍କାନ,ଏମଆରଆଇ ଓ ରାଡିଏସନ୍ ପାଇଁ ୬୦ କୋଟି ଟଙ୍କା ବ୍ୟୟରେ ବସିଛି ୨ଟି ଲିନାକ ମେସିନ । ଟେଷ୍ଟିଂ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ମେଗା ପ୍ରକଳ୍ପ ପାଇଁ ନିର୍ମାଣ ହୋଇଛି ବହୁତଳ ବିଶିଷ୍ଟ ୬ମହଲା ବିଲ୍ଡିଂ । ଏଥିପାଇଁ ଖର୍ଚ୍ଚ ହୋଇଛି ୩୫ କୋଟି ଟଙ୍କା । ପ୍ରଥମ ମହଲାରେ ପେଟ୍ ସିଟି, ଦ୍ବିତୀୟରେ ସିଟି ସ୍କାନ ଏବଂ ଏମଆରଆଇ ସୁବିଧା ରହିଛି । ତୃତୀୟରେ ଆଇସିୟୁ ଓ୍ବାର୍ଡ ରହିଥିବାବେଳେ ଅନ୍ୟ ମହଲାରେ ରହିଛି ୨ଶହ ବେଡ୍ ।

Exit mobile version