Site icon ଆଜିକାଲି

ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ଭୁବନେଶ୍ୱର : ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଉଦ୍‌‌ଘାଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍‌‌ଘାଟନ କରିବେ। ୧୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କରାଯିବ।

ଏଥର ପ୍ରଦର୍ଶନୀରେ ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲରେ ଜନଜାତିମାନେ ସେମାନଙ୍କ କଳାସାମଗ୍ରୀ, ଜଙ୍ଗଲଜାତ ସାମଗ୍ରୀ ବିକ୍ରି କରିବେ । ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୨ଟା୩୦ରୁ ରାତି ୯ଟା ଯାଏ ପ୍ରଦର୍ଶନୀ ଖୋଲା ରହିବ।

Exit mobile version