Site icon ଆଜିକାଲି

ବିନା ସଙ୍କୋଚରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର : ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେ ଟୁଇଟ କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଭଳି ସମୟୋଚିତ ପଦକ୍ଷେପ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ସୁରକ୍ଷିତ ରହିବ । ସଙ୍କୋଚ ନ କରି ଏ ଦିଗରେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାରଙ୍କ ତରଫରୁ ଗୁଡ୍ ସମରିଟାନ୍ ଆଇନ ଅଧୀନରେ ସୁରକ୍ଷା ସହ ପୁରସ୍କାରର ବ୍ୟବସ୍ଥା କରାଯାଇଛି । ଏ ନେଇ ଓଡ଼ିଶା ସରକାରଙ୍କ ତରଫରୁ ଗୁଡ୍ ସମରିଟାନ୍ ଆଇନ ଅଧୀନରେ ସୁରକ୍ଷା ସହ ପୁରସ୍କାରର ମଧ୍ୟ ବ୍ୟବସ୍ଥା ହୋଇଥିବା ମନେପକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ସଂପର୍କିତ ଏକ ସଚେତନତା ଭିଡିଓ ମଧ୍ୟ ସେ ପୋଷ୍ଟ କରିଛନ୍ତି।

Exit mobile version