Site icon ଆଜିକାଲି

ଆର୍ଥ ଆୱାର ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

ଭୁବନେଶ୍ୱର : ବିଶ୍ୱ ତପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସହ ବିଦ୍ୟୁତ ସଂରକ୍ଷଣର ବାର୍ତ୍ତା ଦେବାକୁ ଗତ କିଛି ବର୍ଷ ବିଶ୍ୱରେ ପାଳନ ହୋଇ ଆସୁଛି ‘ଆର୍ଥ ଆୱ।ର ‘। ଏଥିପାଇଁ ରାତିରେ ଏକ ଘଣ୍ଟା ପାଇଁ ଲାଇଟ୍ ସୁଇଚ ଅଫ୍ କରାଯାଏ । ଆଜି ବି ବିଶ୍ଵରେ ଆର୍ଥ ଆୱ।ର ପାଳନ କରାଯାଇ ଏକ ଘଣ୍ଟା ପାଇଁ ସମସ୍ତେ ଲାଇଟ ଲିଭାଇ ଅନ୍ଧାରରେ ରହିବେ । ଆର୍ଥ ଆୱ।ର ପାଳନ ପୂର୍ବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ଘଣ୍ଟାଏ ପାଇଁ ନବୀନ ନିବାସରେ ସବୁ ଲାଇଟ୍ ଲିଭାଇବେ । ପୃଥିବୀର ମଙ୍ଗଳ ପାଇଁ ବିଶ୍ୱସ୍ତରରେ ହେଉଥିବା ଏହି ଉଦ୍ୟମରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version