ଭୁବନେଶ୍ୱର : ସଂସଦ ହେଉଛି ଗଣତନ୍ତ୍ରର ଆଧାର ଶିଳା । ସଂସଦରେ ପ୍ରତିଫଳିତ ହୁଏ ଜନତାଙ୍କ ସ୍ୱର। ଆନ୍ତର୍ଜାତିକ ସଂସଦ ପଦ୍ଧତି ଦିବସ ଅବସରରେ ବାର୍ତ୍ତା ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଆଶା ଓ ଆଂକାକ୍ଷା ପୂରଣ ପାଇଁ ସଂସଦୀୟ ଗଣତନ୍ତ୍ର ପଦ୍ଧତିକୁ ସୁଦୃଢ କରିବା ନିମନ୍ତେ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ଜନତାଙ୍କ ଅଧିକରୁ ଅଧିକ ଭାଗିଦାରୀ ଉପରେ ଗୁରୁତ୍ଵାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ।