Site icon ଆଜିକାଲି

ଆସ୍କାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : କହିଲେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ

ଆସ୍କା – ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ନିର୍ବାଚନ ପ୍ରଚାର। ପ୍ରଥମେ ବ୍ରହ୍ମପୁର କନିଷିରେ ଏକ ବିଶାଳ ଜନସଭାରେ ଯୋଗ ଦେଇ ତାଙ୍କୁ ଓ ବିଜେଡିକୁ ଆଶୀର୍ବାଦ କରିବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ। ପରେ ମୁଖ୍ୟମନ୍ତ୍ରୀ ଆସିକା ଯାଇ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି। ଏଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି । ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତାଙ୍କ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶକୁ ଆହୁରି ଗତିଶୀଳ କରିବା ପାଇଁ ବିଜେଡିକୁ ଏଥରର ନିର୍ବାଚନରେ ଆଶୀର୍ବାଦ କରିବାକୁ ଅପିଲ କରିଥିଲେ।

ଆସ୍କା ଜନସଭାରେ ଭାଷଣ ଦେଇ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ,ଆସ୍କାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ରାଜନୈତିକ ଯାତ୍ରାରେ ମହିଳାମାନେ ବି ସାମିଲ ହୋଇଛନ୍ତି। ଆସ୍କା ସଂସଦୀୟ କ୍ଷେତ୍ରରେ ୫ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସମସ୍ତେ ମହିଳାଙ୍କୁ ସଶକ୍ତିକରଣ କଥା କହନ୍ତି । କିନ୍ତୁ ଏଇ ମାଟିରୁ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ନବୀନ ବାବୁ ଯାହା କୁହନ୍ତି, ତାହା କରିକି ଦେଖାନ୍ତି । ବିରୋଧୀ ଦଳ ମିଛ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଥାଆନ୍ତି ବୋଲି ପାଣ୍ଡିଆନ କହିଥିଲେ । କିଛି ଦିନ ତଳେ କଂଗ୍ରେସ ମାନିଫେଷ୍ଟୋ ଦେଲେ, ହେଲେ ତାଙ୍କ ନିଜ ଦଳ ବି ତାକୁ ବିଶ୍ୱାସ କରୁନାହାନ୍ତି । ବିଜେପି ବି ୨୦୧୪ ମାନିଫେଷ୍ଟୋରେ ସବୁ ଦାମ୍ କମେଇବାକୁ କହିଲେ । ୨୦୧୯ରେ ବି ସେଇ ମିଛ କଥା କହିଲେ । ଏଥର ବି ସେମାନେ ମିଛ ମାନିଫେଷ୍ଟୋ ତିଆରି କରିଛନ୍ତି । ତେଣୁ ତାଙ୍କୁ ପୂର୍ବରୁ ଯେଉଁ ରେଜଲ୍ଟ ମିଳିଥିଲା, ତାଠୁ କମ୍ ମିଳିବ ବୋଲି ପାଣ୍ଡିଆନ୍ କହିଛନ୍ତି ।

Exit mobile version