Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି : ଛାତ୍ରଛାତ୍ରୀମାନଙ୍କୁ ମିଳିବ ନୂଆ-ଓ ସ୍କଲାରସିପ, ଘୋଷଣା କଲେ ୫-ଟି ଅଧ୍ୟକ୍ଷ

ଯାଜପୁର – ଯାଜପୁରରେ ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ । ନୂଆ-ଓ ସ୍କଲାରସିପ୍ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ। ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କଲାରସିପ୍। ଛାତ୍ରଙ୍କୁ ୯ ହଜାର ଟଙ୍କା ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ସ୍କଲାରସିପ୍ ଦିଆଯିବ । ଚଳିତ ବର୍ଷରୁ ମିଳିବ ଏହି ସ୍କଲାରସିପ୍ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ସ୍କଲାରସିପ୍ ମିଳିବାକୁ ଥିବା ବେଳେ ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ହେବେ ଉପକୃତ।

ନୂଆ -ଓ କାର୍ଯ୍ୟକ୍ରମ ଲାଗି ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ୩ ଶହ କୋଟିର କର୍ପସ ଫଣ୍ଡ ଗଠନ କରାଯିବ କୋ-କରିକୁଲାର ଆକ୍ଟିଭିଟିଜ୍ ପାଇଁ ଏକ୍ସଟ୍ରା ପଏଣ୍ଟ ବ୍ୟବସ୍ଥା କରାଯିବ ବୋଲି ୫-ଟି ଅଧ୍ୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ । କୋ-କରିକୁଲାର ଆକ୍ଟିଭିଟିଜରେ ପ୍ରଦର୍ଶନ ଅନୁସାରେ ମିଳିବ ପଏଣ୍ଟ । ଅଧିକ ପଏଣ୍ଟ ପାଇଲେ ଅଧିକ ଟଙ୍କା ସ୍କଲାରସିପ୍ ମିଳିବ । ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ପ୍ରତିଯୋଗିତା ହେବ । ଏ ସବୁଥିରେ ଭାଗନଲେ ସ୍ଲଲାରସିପ ଟଙ୍କା ବଢି ଚାଲିବ । ଅଂଶଗ୍ରହଣ କଲେ ଅଧିକ ଇନସେଣ୍ଟିଭସ ମିଳିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Exit mobile version