Site icon ଆଜିକାଲି

ସମ୍ବିଧାନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଆଜି ହେଉଛି ସମ୍ବିଧାନ ଦିବସ । ଏହି ଅବସରରେ ଦୂରଦୃଷ୍ଟି ସଂପନ୍ନ ସମ୍ବିଧାନ ପ୍ରଣେତାମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବିଧାନ ଦିବସରେ ସମ୍ବିଧାନରେ ସ୍ଥାନିତ ନୀତିନିୟମକୁ ନିଷ୍ଠା ଓ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ପ୍ରତ୍ୟେକ ନାଗରିକ ସମ୍ବିଧାନ ପ୍ରଦତ୍ତ ମୌଳିକ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version