Site icon ଆଜିକାଲି

ବିଜେଡିର ୨୫ ବର୍ଷ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡି) ଆଜି ୨୫ ବର୍ଷ ପୂରଣ କରିବା ଅବସରରେ ବାର୍ତ୍ତା ଦେଇଛନ୍ତି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ସେବାରେ ବିଜୁ ଜନତା ଦଳ ୨୫ବର୍ଷ ପୂରଣ କରୁଛି। ଆପଣମାନଙ୍କ ଭଲପାଇବା ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଏହି ଧାରାକୁ ଅତୁଟ ରଖି, ଲୋକଙ୍କ ସେବା ଓ ଉନ୍ନତିକୁ ସଙ୍କଳ୍ପ ଭାବେ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version