Site icon ଆଜିକାଲି

ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅସମାନତା ଯେପରି ନ ରହିବ, ସେଥିପାଇଁ ସମାଜକୁ ଅଧିକ ସମାବେଶୀ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ସମାଜର ସବୁ ବର୍ଗକୁ କ୍ଷମତା ସଂପନ୍ନ କରିବା ସହ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ନେଇଛି । ଏକ ସମାବେଶୀ ଓ ମଜବୁତ ସମାଜ ନିଶ୍ଚିତ ପାଇଁ ବିଭିନ୍ନ ପଦକ୍ଷେପ ନେବାରେ ଓଡିଶା ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version