Site icon ଆଜିକାଲି

ଜୟନ୍ତୀରେ ଭକ୍ତକବି ମଧୁସୂଦନ ରାଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : କାଳଜୟୀ ‘ଛବିଳ ମଧୁ ବର୍ଣ୍ଣବୋଧ’ର ସ୍ରଷ୍ଟା ଭକ୍ତକବି ମଧୁସୂଦନ ରାଓଙ୍କ ଆଜି ଜୟନ୍ତୀ । ଭକ୍ତ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଅଖିଳବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ଵାମୀ’ ପରି ଭକ୍ତ କବିଙ୍କ ଅନେକ ଲୋକପ୍ରିୟ ରଚନା ଓଡ଼ିଆ ଭାଷା ଓ ସାହିତ୍ୟ ଜଗତରେ ଅନନ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଣେ ଆଦର୍ଶ ଶିକ୍ଷକ, କବି ଓ ସମାଜ ସଂସ୍କାରକ ଭାବେ ତାଙ୍କ କାର୍ଯ୍ୟ ସର୍ବଦା ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version