Site icon ଆଜିକାଲି

ମହାନ ନାରୀନେତ୍ରୀ ମାଳତୀ ଚୌଧୁରୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ବିପ୍ଲବୀ ନାରୀନେତ୍ରୀ ମାଳତୀ ଚୌଧୁରୀଙ୍କ ଜୟନ୍ତୀ । ଏହି ଅବସରରେ ଓଡ଼ିଶାର ମହାନ ନାରୀନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନାରୀ ଶିକ୍ଷା ଓ ଅଧିକାର ପାଇଁ ମାଳତୀ ଚୌଧୁରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଏବଂ ଭୂଦାନ ଓ ପ୍ରଜା ମଣ୍ଡଳ ଆନ୍ଦୋଳନ ସହ ସୁସ୍ଥ ସମାଜ ଗଠନ ଦିଗରେ ନିଜ ଅବଦାନ ପାଇଁ ସେ ଚିର ଆଦର୍ଶ ହୋଇ ରହିବେ।

Exit mobile version