Site icon ଆଜିକାଲି

ଲାଲା ଲଜପତ ରାୟଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ମହାନ ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ଆଜି ଜୟନ୍ତୀ । ଏହି ଅବସରରେ ପଞ୍ଜାବ କେଶରୀଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଲାଲା ଲଜପତ ରାୟ ସ୍ୱଦେଶୀ ଆନ୍ଦୋଳନର ଜଣେ ନିଷ୍ଠାବାନ ସମର୍ଥକ ଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହ ତାଙ୍କର ସୁସଂପର୍କ ଥିଲା । ଲାଲା ଲଜପତ ରାୟଙ୍କ ରାଷ୍ଟ୍ର ଭକ୍ତି ଓ ଦେଶମାତୃକା ପାଇଁ ବଳିଦାନ ପ୍ରେରଣା ଯୋଗାଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version