Site icon ଆଜିକାଲି

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ, ଶେରଗଡକୁ ଏନଏସି ମାନ୍ୟତା ନେଇ ଘୋଷଣା

ବ୍ରହ୍ମପୁର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି । ପ୍ରଥମେ ସେ ହିଞ୍ଜିଳି ନିର୍ବାଚନମଣ୍ଡଳୀର ଶେରଗଡ଼ ଯାଇଥିଲେ । ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଏହି ଅବସରରେ ସେ ଶେରଗଡ଼ବାସୀଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି । ଶେରଗଡକୁ ବିଜ୍ଞାପିତ ଅଞ୍ଚଳ ପରିଷଦ – ଏନଏସି ମାନ୍ୟତା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆପଣଙ୍କ ସହଯୋଗରେ ହିଞ୍ଜିଳି ଏବେ ଆଦର୍ଶ ନିର୍ବାଚନ ମଣ୍ଡଳୀରେ ପରିଣତ ହୋଇଛି।

ବିକାଶ କ୍ଷେତ୍ରରେ ହିଞ୍ଜିଳି ଓ ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ବ୍ଲକର ସବୁ ଘରକୁ ପାଇପ ପାଣି ପାଇଁ ବ୍ୟବସ୍ଥା ହେଉଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବି ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ପରେ ସେ ବ୍ରହ୍ମପୁର ଉପକଣ୍ଠ ଶୀତଳପଲ୍ଲୀରେ ସମ୍ ହସପିଟାଲକୁ ଉଦଘାଟନ କରିଥିଲେ।

Exit mobile version