Site icon ଆଜିକାଲି

ରାଉରକେଲାରେ ବିଶ୍ୱକପ ହକି ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ, ୫-ଟି ଓ କ୍ରୀଡ଼ା ସଚିବ

ରାଉରକେଲା : ପାଖେଇ ଆସୁଛି ବିଶ୍ୱକପ ହକି ପ୍ରତିଯୋଗିତା। ଭୁବନେଶ୍ୱର ଓ ରାଉରକେଲାରେ ମିଳିତ ଭାବେ ଆୟୋଜିତ ହେବ ବିଶ୍ୱକପ୍ ହକି । ହକି ବିଶ୍ୱକପ ପାଇଁ ରାଉରକେଲାରେ ନିର୍ମାଣ ହେଉଛି ଭାରତର ସର୍ବବୃହତ ଷ୍ଟାଡିୟମ। ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଅନ୍ୟ ପ୍ରସ୍ତୁତିର ସମୀକ୍ଷା ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ ଓ କ୍ରୀଡା ସଚିବ ଆର. ଭିନିଲ କ୍ରିଷ୍ଣା ଆଜି ରାଉରକେଲା ଗସ୍ତରେ ଯିବେ । ସେମାନେ ସକାଳ ୯ ଟା ୪୫ରେ ରାଉରକେଲା ବିମାନବନ୍ଦର ଠାରେ ପହଞ୍ଚିବା ପରେ ସକାଳ ୯ ଟା ୫୫ରେ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବେ ।

ହକି ବିଶ୍ଵ କପ ପୁର୍ବରୁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିବେ ତିନି ସଚିବ । ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସେମାନେ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟ ଶାସନ ସଚିବ ରାଉରକେଲା ବିମାନ ବନ୍ଦରଠାରେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ।

Exit mobile version