Site icon ଆଜିକାଲି

ଚିକିଟି ବିଷାକ୍ତ ମଦମୃତ୍ୟୁ ମାମଲା : ଆଖି ବୁଜିଲେ ଆଉ ଜଣେ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଗଞ୍ଜାମ : ଗଞ୍ଜାମ ଜିଲା ଚିକିଟି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଆଖି ବୁଜିଲେ ଆଉ ଜଣେ ଅସୁସ୍ଥ। ମୃତକ ଜଣକ କାରବାଲୁଆ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ଫଳରେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗତ ୩୧ ତାରିଖରେ ଲକ୍ଷ୍ମଣ ବେହେରା ନାମକ ଅନ୍ୟ ଜଣେ ଅସୁସ୍ଥ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସେ ଏମକେସିଜି ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସୁଦ୍ଧା ଆହୁରି ୩ ଜଣ ଅସୁସ୍ଥ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି।

Exit mobile version