Site icon ଆଜିକାଲି

ବାଣ ଫୁଟାଇବା ସମୟରେ ବିସ୍ଫୋରଣରେ ଶିଶୁର ମୃତ୍ୟୁ

ଯାଜପୁର: ଯାଜପୁର ଜିଲା କୋରେଇ ଥାନା ଚାରଦା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ବାଣ ଫୁଟାଇବା ସମୟରେ ବିସ୍ଫୋରଣରେ ଶିଶୁର ମୃତ୍ୟୁ ।

ସୂଚନା ଯେ, ଚାରଦା ଗ୍ରାମର ରାଜୁ ମଲିକ ଗତ ସୋମବାର ଦୀପାବଳି ଅବସରରେ ବାଣ କିଣି ଘରକୁ ଆଣିବା ସହ ଛୋଟ ପୁଅର ଭୟରେ ଖଟ ତଳେ ଲୁଚାଇ ରଖିଥିଲେ। ତେବେ ୪ ବର୍ଷର ପୁଅ କୁନା ମଲିକ ତାହାକୁ ଦେଖି ପାରି ସମସ୍ତେ ଦୀପାବଳି ବାଣ ଫୁଟାରେ ବ୍ୟସ୍ତ ଥିବା ବେଳେ ସେ ଏକ ବମକୁ ନେଇ ନିଆଁ ସଂଯୋଗ କରି ଦେଇଥିଲା। ଏହାଫଳରେ କୁନାର ହାତରେ ବାଣଟି ଫୁଟିଯାଇଥିବା ବେଳେ ହୃତପିଣ୍ଡ ପଦାକୁ ଆସି ଯାଇଥିଲା। ତାକୁ ସାଙ୍ଗେ ସାଙ୍ଗେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ପରେ ତାକୁ କଟକ ସ୍ଥାନାନ୍ତରଣ କରାଯାଇଥିଲା। ବିଳମ୍ବିତ ରାତିରେ କଟକ ଯିବା ବାଟରେ ହିଁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି ।

Exit mobile version