Site icon ଆଜିକାଲି

ବୁଢ଼ାଖମଣ ପଞ୍ଚାୟତ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଘୋଷଣା

କେନ୍ଦୁଝର ,କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଓ ବୁଢ଼ାଖମଣ ଗ୍ରାମ ପଞ୍ଚାୟତର ମିଳିତ ଉଦ୍ୟମରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୁଢ଼ାଖମଣ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି । ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବିଦ୍ୟାଧର ଜୁଆଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁଢ଼ାଖମଣ ପଞ୍ଚାୟତର ପୂର୍ବତନ ପ୍ରଧାନ ଶିକ୍ଷକ ବିଦ୍ୟାଧର ମହାନ୍ତ, ଏ. ଏନ୍. ଏମ୍. କର୍ମଣୀ ମହାନ୍ତ, ସରକାରୀ ଶିକ୍ଷକ ଶ୍ରୀଧର ପାତ୍ର, ସି.ଏଚ. ଓ. ଶ୍ରଦ୍ଧାଞ୍ଜଳି ଆଚାର୍ଯ୍ୟ, ଜି.ଆର.ଏସ୍. ପର୍ଶୁରାମ ସାହୁ, ଶିକ୍ଷାବିତ୍ ବିନୋଦ କୁମାର ସାହୁଙ୍କ ସମେତ ବୁଢ଼ାଖମଣ ପଞ୍ଚାୟତର ସମସ୍ତ ୱାର୍ଡ଼ ମେମ୍ବର, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଓ ମହିଳା ସ୍ୱୟଂସହାୟକ ଗୋଷ୍ଠିର ସମସ୍ତ ସଦସ୍ୟା ମାନେ ଯୋଗଦେଇଥିଲେ । ଉପସ୍ଥିତ ଥିବା ଅତିଥି ଶିଶୁଙ୍କ ଭବିଷ୍ୟତ ନିମନ୍ତେ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପଞ୍ଚାୟତର ଏପରି କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଢ଼ାଖମଣ ପଞ୍ଚାୟତର ୬ ରୁ ୧୪ ବର୍ଷର ସମସ୍ତ ଶିଶୁଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରି ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଘୋଷଣା କରାଯାଇଛି । ଏଥି ସହିତ ପ୍ରତ୍ୟେକ ବର୍ଷ ଶିଶୁ ଶ୍ରମିକ ମୁକ୍ତ ଦିବସ ଭାବେ ପାଳନ କରିବାକୁ ପଞ୍ଚାୟତ ନିଷ୍ପତି ନେଇଛି । ଶିଶୁ ଶ୍ରମିକ ଓ ବାଲ୍ୟ ବିବାହକୁ ଦୃଢ଼ ପ୍ରତିବାଦ କରିବାକୁ ସରପଞ୍ଚଙ୍କ ଦ୍ୱାରା ଶପଥ ପାଠ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କ୍ଳଷ୍ଟର ସଂଯୋଜକ ସୁବ୍ରତ ସେଠୀଙ୍କ ସମେତ ଅଜୟ କୁମାର ସାହୁ, ସନ୍ଦୀପ କୁମାର ମହାନ୍ତ, ବୁଦ୍ଧିରାମ ମୁଣ୍ଡା, ଲିପନ୍ ଚୋପ୍ରା ମହାନ୍ତ, ସିପ୍ରା ଧାଙ୍ଗଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Exit mobile version