Site icon ଆଜିକାଲି

ଶିଶୁ ସୁରକ୍ଷା ଅଧିକାର ସମ୍ପର୍କିତ ସଚେତନତା

କେନ୍ଦୁଝର ୧୯।୧୨:  ମଙ୍ଗଳବାର ଦିନ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆସ୍ପୟାର ସଦର ବ୍ଲକ ଦ୍ୱାରା କେନ୍ଦୁଝର ଠାରେ ଶିଶୁ ଶ୍ରମିକ ମୁକ୍ତ, ବାଲ୍ୟ ବିବାହ ମୁକ୍ତ ଏବଂ ଶିକ୍ଷା ସଚେତନତା କୁ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଥିତି ଭାବେ ଆସିଷ୍ଟାଣ୍ଟ ଶ୍ରମ ଅଫିସର ଶୁଚିଶ୍ମିତା ପାଣିଗ୍ରାହୀ, ଡେପୁଟି କଲେକ୍ଟର ନିର୍ବାଚନ ବିକାଶ ସାହୁ, ସିଡିପିଓ ସ୍ଵର୍ଣଲତା ବେହେରା,ଟାଉନ ଥାନା ଆଇଆଇସି ସୁନୀଲ କୁମାର କର,ଆସ୍ପୟାର ର ରାଜ୍ୟ ସଂଯୋଜକ ରବି କୁମାର ପ୍ରମୁଖ ଉପସ୍ଥିତ ରହି ଏହି ପଦଯାତ୍ରା କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ରେ ସଦର ବ୍ଲକ ର ସମସ୍ତ ପଞ୍ଚାୟତ ଏବଂ ପୌରପାଳିକା ରୁ ୫୦୦ ପାଖାପାଖି ସ୍ବେଛାସେବୀ ସାମିଲ ହୋଇ ଲୋକ ମାନଙ୍କୁ ଶିଶୁ ଅଧିକାର, ଶିଶୁ ଶ୍ରମିକ, ବାଲ୍ୟ ବିବାହ ଓ ଶିକ୍ଷା ର ଗୁରୁତ୍ଵ ଉପରେ ଲୋକ ମାନଙ୍କୁ ସ୍ଲୋଗାନ ମାଧ୍ୟମରେ ସଚେତନ ବାର୍ତ୍ତା ଦେଇଥିଲେ । ଏହି ସଚେତନ ପଦଯାତ୍ରା କୁ ସଦର ବ୍ଲକ ଆସ୍ପୟାର ସଂଯୋଜକ ଜ୍ଞାନଧର ଚନ୍ଦ୍ର ଏବଂ ଶିକ୍ଷା ସଂଯୋଜକ ଦିବାକର ଦାସ ପରିଚାଳନା କରିଥିଲେ । ଏହି ସଚେତନ ପଦଯାତ୍ରା ଜିଲାପାଳ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଗାନ୍ଧି ଛକ ଓ ସିରାଯୁଦ୍ଦିନ ଛକ ଦେଇ ଟାଉନ ପୋଲିସ ଷ୍ଟେସନ ଠାରେ ଶେଷ ହୋଇଥିଲା । ଟାଉନ ଥାନା ଠାରେ ଆଇଆଇସି ସୁନିଲ କୁମାର କର  ସଡ଼କ ସୁରକ୍ଷା ଉପରେ ସଚେତନ କରିଥିବା ବେଳେ ସଦର ବ୍ଲକ ଆସ୍ପୟାର ସଂଯୋଜକ ଜ୍ଞାନଧର ଚନ୍ଦ୍ର ଶିଶୁ ଅଧିକାର ଓ ଶିକ୍ଷା ଉପରେ ସଚେତନତା ର ବାର୍ତ୍ତା ଦେଇ ଥିଲେ ।

Exit mobile version